HomeISWARANKA NAMA
ISWARANKA NAMA

ISWARANKA NAMA

30
Incl. of taxes
Quantity
1
Product Description


ପରମାତ୍ମାଙ୍କ ଗୁଣ ଅନନ୍ତ । ଏଣୁ ସେସବୁ ଗୁଣ ଆଧାରରେ ତାଙ୍କର ନାମ ଅସଂଖ୍ୟ । ମନୁଷ୍ୟ ଅଳ୍ପଜ୍ଞ। ଅଳ୍ପଜ୍ଞ ପକ୍ଷେ ଅନନ୍ତଙ୍କୁ ପୂର୍ଣତଃ ଜାଣିବା ଅସମ୍ଭବ।


ତେଣୁ ଈଶ୍ଵରଙ୍କ ଅନନ୍ତ ଗୁଣ ଓ ଅସଂଖ୍ୟ ନାମକୁ ପୂର୍ଣ ରୂପେ ଜାଣିପାରିବା କୌଣସି ବ୍ୟକ୍ତି ପକ୍ଷେ ସମ୍ଭବ ନୁହେଁ। ପରମାତ୍ମା ଏହି ସୃଷ୍ଟିର ନିର୍ମାତା ହୋଇଥିବାରୁ ତାଙ୍କୁ ବ୍ରହ୍ମା କୁହାଯାଏ, ଚରାଚର ଜଗତରେ ବ୍ୟାପୀ ରହିଥିବା କାରଣରୁ ତାଙ୍କୁ ବିଷ୍ଣୁ କହନ୍ତି, ସଂହାର-ପ୍ରଳୟ କରୁଥିବା ହେତୁ ତାଙ୍କୁ ରୁଦ୍ର କୁହାଯାଏ, କଲ୍ୟାଣସ୍ୱରୂପ ହୋଇଥିବା ଯୋଗୁଁ ଶିବ ଓ ସମସ୍ତଙ୍କ କଲ୍ୟାଣ କରୁଥିବା କାରଣରୁ ଶଙ୍କର କୁହାଯାଏ ।


ପରମାତ୍ମାଙ୍କୁ ତାଙ୍କ ଗୁଣ ଆଧାରରେ ବହୁ ନାମରେ ସ୍ମରଣ କରାଯାଉଥିଲେ ସୁଦ୍ଧା ତାଙ୍କ ମୁଖ୍ୟ ନାମ ହେଲା ‘ଓ୩ମ୍’। ଏହା ପରମାତ୍ମାଙ୍କ ନିଜ ନାମ। ଏହି ଗୋଟିଏ ନାମରେ ତାଙ୍କର ଅନ୍ୟ ସକଳ ଗୌଣ ନାମର ସମାବେଶ ହୋଇଯାଏ। ଏହାର ମହିମା, ଏହି ନାମର ଗରିମା ବେଦ ତଥା ବେଦାନୁକୂଳ ଅର୍ଷ ଗ୍ରନ୍ଥରେ ବିସ୍ତାରପୂର୍ବକ ବର୍ଣ୍ଣିତ ହୋଇଛି। ସେସବୁର ଏକ ସାମାନ୍ୟ ଝଲକ ଏହି କ୍ଷୁଦ୍ର ପୁସ୍ତକରେ ଦେବାର ପ୍ରୟାସ କରାଯାଇଛି। ଈଶ୍ୱରଙ୍କ ମୁଖ୍ୟ ନାମ ‘ଓ୩ମ୍’ର ମହତ୍ତ୍ବ-ଗୁରୁତ୍ବକୁ ହୃଦୟଙ୍ଗମ କରିବା, ଅର୍ଥଚିନ୍ତନ ପୂର୍ବକ ‘ଓ୩ମ୍’ର ଜପ କରିବାରେ ସଫଳତା ପ୍ରାପ୍ତି ଦିଗରେ ଏହା ସହାୟକ ସିଦ୍ଧ ହେବ, ଏତିକି ଆଶା ଓ ବିଶ୍ଵାସ।

Like the product ? Share it!
Ratings & Reviews